fbpx

ଆଜି ଆସିପାରେ ଅନଲକ୍-୫ର ଗାଇଡଲାଇନ୍

ନୂଆଦିଲ୍ଲୀ,୨୮ ।୯: ଆଉ ୨ ଦିନ ପରେ ଅନଲକ୍ ୪ର ଗାଇଡଲାଇନ୍ ସରିବାକୁ ଯାଉଛି । କରୋନା ମହାମାରୀ ମଧ୍ୟରେ ଲଗାଯାଇଥିବା ଲକଡାଉନର ଅନେକ ପର୍ଯ୍ୟାୟ ଖୋଲାଯାଇଛି । ଏହାରି ମଧ୍ୟରେ ଆଜି ଅନଲକ୍-୫ର ଗାଇଡଲାଇନ୍ ଆସିପାରେ, ଯେଉଁଥିରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ନୂତନ ନିର୍ଦ୍ଦେଶାବଳୀ ଘୋଷଣା କରାଯିବ । ଅକ୍ଟୋବର ମାସରୁ ଭାରତରେ ଅନେକ ପର୍ବପର୍ବାଣୀ ଆରମ୍ଭ ହେବାକୁ ଯାଉଛି । କରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର କେଉଁ ଦିଗ ପ୍ରତି କେହାଳ କରୁଛନ୍ତି ଓ କେଉଁ ଦିଗରେ ପ୍ରତିବନ୍ଧକ ଲଗାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ତେବେ ମଲ, ସେଲୁନ୍, ରେଷ୍ଟୁରାଣ୍ଟ, ଜିମ ପରି ସର୍ବସାଧାରଣ ସ୍ଥାନଗୁଡିକ ସର୍ତ୍ତ ଅନୁଯାୟୀ ଖୋଲିବାକୁ ଅନୁମତି ଦିଆଯାଇଛି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସିନେମା ହଲ , ସୁଇମିଂ ପୁଲ, ମନୋରଞ୍ଜନ ପାର୍କ ଖୋଲାଯାଇ ନାହିଁ ।

Get real time updates directly on you device, subscribe now.