fbpx

ଆଉ ୧୨ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ୍

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ବିଧାନସଭାରେ ହୋଇଥିବା ଦ୍ୱିତୀୟ ଦିନର କୋଭିଡ ରିପୋର୍ଟ ଆସିସାରିଛି । କାଲିର ପରୀକ୍ଷାରୁ ଆଉ ୧୨ ବିଧାୟକ ଓ ମନ୍ତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨ ଦିନରେ ମୋଟ ୧୪ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେଲେଣି । ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ପଦ୍ମିନୀ ଦିଆନ୍, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, ବିଧାୟକ ଉମାକାନ୍ତ ସାମନ୍ତରାୟ, ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ଅଶୋକ ବଳ, ଭାଗୀରଥୀ ସେଠୀ, ସୁଶାନ୍ତ ବେହେରା, ନାଉରୀ ନାୟକ, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ସୁକାନ୍ତ ନାୟକ କରୋନାରେ ସଂକ୍ରମିତ ହୋଇଛନ୍ତି । କାଲି ୭୮ ବିଧାୟକଙ୍କ ସମେତ ୨୬୦ ଜଣଙ୍କର କୋଭିଡ ଟେଷ୍ଟ ହୋଇଥିଲା । କାଲି ପ୍ରମୀଳା ମଲ୍ଲିକ ଓ ଦେବୀ ମିଶ୍ର କରୋନା ପଜିଟିଭ୍ ହୋଇଥିଲେ ।

Get real time updates directly on you device, subscribe now.