fbpx

ନାବାଳିକାକୁ ଅପହରଣ କରି ଯୁବତୀ ଗିରଫ

କଳାହାଣ୍ଡି, ୨୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ଚୋରୀ, ଡକାୟତି, ଅପହରଣ ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ଏହାରି ମଧରେ କଳାହାଣ୍ଡିରେ ନାବାଳିାକୁ ଅପହରଣ କରି ଜଣେ ଯୁବତୀ ଗିରଫ ହୋଇଛନ୍ତି । ସମଲିଙ୍ଗୀ ସମ୍ପର୍କକୁ ନେଇ ଧର୍ମଗଡ଼ ଥାନା ଅଞ୍ଚଳରେ ଏହିପରି ଘଟଣା ଘଟିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୭ ତାରିଖରୁ ନାବାଳିକା ଜଣକ ନିଖୋଜ ଥିଲେ । ଏନେଇ ଥାନାରେ ଅଭିଯୋଗ ପରେ କଳାହାଣ୍ଡି ସାଇବାର ସେଲର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପରେ ପଶ୍ଚିମବଙ୍ଗରୁ ନାବାଳିକା ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ମାମଲାରେ ଅଭିଯକ୍ତ ଯୁବତୀକୁ ଗିରଫ କରିଛି ଧର୍ମଗଡ଼ ପୋଲିସ ।

Get real time updates directly on you device, subscribe now.