fbpx

ଖୋଲିବ ଚନ୍ଦକା ଅଭୟାରଣ୍ୟ, ଜାଣନ୍ତୁ କେବେ?

ଚନ୍ଦକା,୨୯ ।୯(ଓଡିଶା ଭାସ୍କର): ଆସନ୍ତା ଅକ୍ଟୋବର ୨ ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ଚନ୍ଦକା ଅଭୟାରଣ୍ୟ । ଚନ୍ଦକା ଅଭୟାରଣ୍ୟ ସହ ପର୍ଯ୍ୟଟକମାନେ ଡେରାସ ମଧ୍ୟ ବୁଲିପାରିବେ । ଏନେଇ ଚନ୍ଦକା ଡିଏଫଓ କେଦାର ସ୍ୱାଇଁ ସୂଚନା ଦେଇଛନ୍ତି ।

ସେହିପରି ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ଖୋଲାଯିବ ନନ୍ଦନକାନନ । ଏହାର ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲାଯିବ । ନନ୍ଦନକାନନ ଖୋଲିବା ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଛନ୍ତି । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ ।

Get real time updates directly on you device, subscribe now.