fbpx

ସାଂସଦ ସସ୍ମିତ ପାତ୍ରଙ୍କୁ କରୋନା

ଭୁବନେଶ୍ୱର,୨୯ ।୯(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାମଲା ବଢି ବଢି ଚାଲିଛି । ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଧାୟକମାନେ ଏହାର ଶିକାର ହେବାରେ ଲାଗିଛନ୍ତି । ଏହାରି ମଧ୍ୟରେ ସାଂସଦ ସସ୍ମିତ ପାତ୍ର କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ସସ୍ମିତ ପାତ୍ର ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି । କୋଭିଡ ଗାଇଡଲାଇନ ମାନି ସେ ସଙ୍ଗରୋଧରେ ଥିବା କହିଛନ୍ତି । ଏହା ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବାକୁ ସାଂସଦ ସସ୍ମିତ ପାତ୍ର ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.