ଭୁବନେଶ୍ୱର,୮ ।୧୦ (ଓଡିଶା ଭାସ୍କର): ହାଇକୋର୍ଟରେ ମା’ ବିରଜାଙ୍କ ସିଂହ ଧ୍ୱଜ ରଥଯାତ୍ରା ନେଇ ମାମଲା ପ୍ରସଙ୍ଗରେ ମିଳିଛି ସବୁଜ ସଙ୍କେତ । ରଥଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ । କୋଭିଡର ସମସ୍ତ ନିୟମ ମାନି ରଥଯାତ୍ରା କରାଇବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ନଭେମ୍ବର ମାସ ୧୭ରୁ ୨୪ ତାରିଖ ଯାଏଁ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ ।