fbpx

ମାସେ ଭିତରେ ନୂଆ ପିସିସି ଟିମ୍

ଭୁବନେଶ୍ୱର,୯ ।୧୦(ଓଡିଶା ଭାସ୍କର): ଦାୟିତ୍ୱ ପାଇବା ପରେ ପ୍ରଥମଥର ପାଇଁ ଓଡିଶା ଗସ୍ତରେ ଆସିଥିବା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ମାସେ ଭିତରେ ଗଢାଯିବ ନୂଆ ପିସିସି ଟିମ୍ । ମାସେ ଭିତରେ ଗଠନ ହେବ ବ୍ଳକ, ଜିଲ୍ଲା ଓ ପିସିସି ଟିମ୍ । କଂଗ୍ରେସ ସମୟରେ ବହୁ କାମ ହୋଇଛି କିନ୍ତୁ ପ୍ରଚାର ପ୍ରସାର ହୋଇପାରିନି । ଏଥର ସଠିକ୍ ଭାବେ ମାର୍କେଟିଂ କରିବ ଦଳ । କଂଗ୍ରେସ କରିଥିବା କାମକୁ ନେଇ ଲୋକଙ୍କ ପାଖରେ ଦଳ ପହଞ୍ଚାଇବ ।’

Get real time updates directly on you device, subscribe now.