fbpx

ୱେଲ୍ ମାର୍କଡ ଲୋ ପ୍ରେସର ହେଲା ଲଘୁଚାପ

ଭୁବନେଶ୍ୱର,୧୦ ।୧୦(ଓଡିଶା ଭାସ୍କର): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନିଭୂତ ହେବାରେ ଲାଗିଛି । ୱେଲ ମାର୍କଡ ଲୋ ପ୍ରେସର ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ଏହି ଲଘୁଚାପ । ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ ଲଘୁଚାପ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଲଘୁଚାପ । ଅକ୍ଟୋବର ୧୨ ତାରିଖ ସକାଳେ ଉତ୍ତର ଆନ୍ଧ୍ର ଦେଇ ଗତି କରିବ । ଏହାର ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.