fbpx

ଡିଜିଙ୍କ ନୂଆବର୍ଷର ଶୁଭେଚ୍ଛା, କହିଲେ- କଡାକଡି ହେବ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ରାଜ୍ୟବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ପୋଲିସ ଡିଜି ଅଭୟ । ନୂଆବର୍ଷା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଜି କହିଛନ୍ତି । ସେ କହିଛନ୍ତି ଯେ, ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କଟକ, ଭୁବନେଶ୍ୱର, ପୁରୀ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର ଓ ରାଉରକେଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୨୦୨୦ରେ ୫-ଟି ଓ ମୋ ସରକାରର ସଫଳ ରୁପାୟନକୁ ଗୁରୁତ୍ୱ ଦିଅଯିବ । ଲୋକଙ୍କ ନିକଟତର ହେବ ଉପରେ ଗୁରୁତ୍ୱ ଦିଆଯିବ ।’

ତେବେ ପୁରୀରେ ନୂଆବର୍ଷ ପାଇଁ ସବୁଠୁ ଭଲ ବ୍ୟବସ୍ଥା ହୋଇଛି । ଜିରୋ ନାଇଟ୍ ସେଲିବ୍ରେସନ ଉପରେ ନଜର ରଖାଯାଇଛି । ଏହା ସହ ଅପ୍ରୀତିକର ପରିସ୍ଥିତି ଏଡାଇବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଡିଜି କହିଛନ୍ତି ।

Get real time updates directly on you device, subscribe now.