fbpx

ଟି-୨୦ ଚ୍ୟାଲେଞ୍ଜରେ ଓଡିଆ ଝିଅ ସୁଶ୍ରୀ

ଭୁବନେଶ୍ୱର,୧୧ ।୧୦(ଓଡିଶା ଭାସ୍କର: ମହିଳା ଟି-୨୦ ଚ୍ୟାଲେଞ୍ଜ ପାଇଁ ବିସିସିଆଇ ପକ୍ଷରୁ ୩ଟି ଦଳ ଘୋଷିତ ହୋଇଛି । ଭେଲୋସିଟି ଦଳରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ । ନଭେମ୍ବର ୪ରୁ ୯ ଯାଏ ୟୁଏଇରେ ଖେଳାଯିବ ଟୁର୍ଣ୍ଣାମେଣ୍ଟ । ଏନେି ବିସିସିଆଇକୁ କୃତଜ୍ଞତା ଓ ସୁଶ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓସିଏ । ତେବେ ଢେଙ୍କାନାଳର ସୁଶ୍ରୀ ଭାରତ-ଏ, ଇଷ୍ଟ ଜୋନ୍, ଭାରତ ବ୍ଲୁରେ ଖେଳିଛନ୍ତି । ମିତାଲି ରାଜଙ୍କ ନେତୃତ୍ୱରେ ଗଠିତ ‘ଭେଲୋସିଟି’ରେ ସୁଶ୍ରୀ ଖେଳିବେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଗଠିତ ହୋଇଛି ‘ସୁପରନୋଭାସ୍’ ଟିମ୍ ।

Get real time updates directly on you device, subscribe now.