fbpx

୫ ଜିଲ୍ଲା ସାବଧାନ୍! ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ଲଘୁଚାପ ଅବପାତର ରୂପ ନେଇଛି । ଆଗାମୀ କିଛି ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଏହା ଗଭୀର ଅବପାତ ହେବାର ସମ୍ଭାବନା ହେବାର ସମ୍ଭାବନା ରହିଛି । ବିଶାଖାପାଟଣାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ଏହା କେନ୍ଦୀଭୂତ ହୋଇଛି । ମଧ୍ୟରାତ୍ରୀରେ ନାରାସପୁର ଓ ବିଶାଖାପାଟଣା ମଧ୍ୟ ଦେଇ ଏହା ଅତିକ୍ରମ କରିପାରେ । ଏହାର ପ୍ରଭାବରେ ଓଡିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା, ପବନ ହେବାର ଆଶଙ୍କା ରହିଛି । ୫ଟି ଜିଲ୍ଲାରେ ଅତି ପ୍ରବଳ ଓ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଅକ୍ଟୋବର ୧୩ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମଧ୍ୟ ମନା ହୋଇଛି ।

Get real time updates directly on you device, subscribe now.