fbpx

ଆରସିବି କୁ ୮ ୱିକେଟରେ ହରାଇଲା ପଞ୍ଜାବ

ଶାରଜା : ଆଇପିଏଲ୍‌ (୧୬/୧୦):ଗୁରୁବାର ଦିନ ଖେଳାଯାଇଥିବା ୩୧ତମ ମ୍ୟାଚରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ୱିକେଟରେ ପରାସ୍ତ କରିଛି ପଞ୍ଜାବ । ଏହି ମ୍ୟାଚରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ତେବେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ୱିକେଟ୍ ହରାଇ ୧୭୧ ରନ୍ କରିବା ପାଇଁ ସକ୍ଷମ ହୋଇଥିଲା । ଯାହାର ଜବାବରେ ପଞ୍ଜାବ ଦୁଇ ୱିକେଟ ହରାଇ ୧୭୭ ରନ କରି ମ୍ୟାଚକୁ ଜିତି ନେଇଛି। ତେବେ ଦଳ ପକ୍ଷରୁ କେ.ଏଲ.ରାହୁଲ ସର୍ବାଧିକ ୪୯ଟି ବଲ ଖେଳି ୬୧ ରନ କରିଥିବାବେଳେ ଗେଲ ୪୫ଟି ବଲ ଖେଳି ୫୩ ରନ କରିଥିଲେ । ତେବେ ଦଳ ପକ୍ଷରୁ ମୟଙ୍କ ଅଗ୍ରୱାଲ ମାତ୍ର ୨୫ଟି ବଲ ଖେଳି ଧୂଆଁଧାର ୪୫ ରନ କରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.