fbpx

ମହାପ୍ରସାଦ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ,୩୦ ।୧୦(ଓଡିଶା ଭାସ୍କର): ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି କାର୍ତ୍ତିକ ବ୍ରତ । ମହାପ୍ରସାଦ ଯୋଗାଇବା ପାଇଁ ପୁରୀରେ ଶ୍ରୀମନ୍ଦିରରେ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏଣିକି ଉତ୍ତର ଓ ଦକ୍ଷିଣ ଦ୍ୱାରରେ ଛାମୁଣ୍ଡିଆ କରି ମହାପ୍ରସାଦ ଯୋଗାଇ ଦିଆଯିବ । ହବିଷ୍ୟାଳୀଙ୍କ ପାଇଁ ବୋଝିଆ ଜରିଆରେ ମହାପ୍ରସାଦ ଯୋଗାଯିବ । ହବିଷ୍ୟାଳୀ ଯେଉଁଠି ରହୁଥିବେ, ସେମାନଙ୍କ ନିକଟକୁ ମହାପ୍ରସାଦ ପଠାଯିବ । ସୁଆର ମହାସୁଆର ନିଯୋଗ ପକ୍ଷରୁ ଟେଲିଫୋନ୍ ନମ୍ବର ଜାରି କରାଯିବ । ଛାମୁଣ୍ଡିଆ ନିକଟରେ ଆବଶ୍ୟକ ଅନୁସାରେ ମହାପ୍ରସାଦ ମିଳିବ ।

Get real time updates directly on you device, subscribe now.