fbpx

ମଧ୍ୟପ୍ରଦେଶ ବିଧାନସଭା ଉପନିର୍ବାଚନରେ କିଏ ଆଗୁଆ? ଜାଣନ୍ତୁ

ଭୋପାଳ,୧୦ ।୧୧: ମଧ୍ୟପ୍ରଦେଶ ବିଧାନସଭାର ୨୮ଟି ଆସନ ପାଇଁ ହୋଇଥିବା ଉପନିର୍ବାଚନ ପାଇଁ ଭୋଟ ଗଣତି କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି । ଦିନ ୧୧ଟା ସୁଦ୍ଧା ଶେଷ ହୋଇଥିବା ତିନି ରାଉଣ୍ଡ ଗଣନା ପରେ ବିଜେପି ୧୮, କଂଗ୍ରେସ ୯ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗୁଆ ଥିବା ଜଣାପଡିଛି ।

ତେବେ ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ଉପରେ ବର୍ତ୍ତମାନ ବିଜେପିର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ । କାରଣ ୭ ମାସ ପୂର୍ବେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗଦେବା ପରେ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କନଲନାଥ କ୍ଷମତା ହରାଇଥିଲେ ।

Get real time updates directly on you device, subscribe now.