fbpx

ବିହାରରେ କଡା ଟକ୍କର: ଜାଣନ୍ତୁ ବର୍ତ୍ତମାନ ସୁଦ୍ଧା କିଏ ରହିଛି ଆଗରେ?

ପାଟନା,୧୦ ।୧୧: ବିହାର ବିଧାନସଭାର ୨୪୩ଟି ଆସନ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣନା ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଏନ‌ଡିଏ ଓ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ନେତୃତ୍ୱାଧୀନ ମହାମେଣ୍ଟ ମଧ୍ୟରେ କଡ଼ା ଟକ୍କର ଲାଗି ରହିଛି । ଗଣତି ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ, ଦୁଇ ମେଣ୍ଟ ମଧ୍ୟରେ ଖୁବ୍ କମ୍ ବ୍ୟବଧାନ ରହୁଛି ।

ବର୍ତ୍ତମାନ ସୁଦ୍ଧା ୨୪୩ଟି ଆସନରୁ ଏନ‌ଡିଏ ୧୨୯ ଆସନ, ମହାମେଣ୍ଟ(କଂଗ୍ରେସ, ବାମ ଦଳ ଓ ଆର୍ଜେଡି) ୧୦୦ଟି ଆସନରେ ଆଗୁଆ ଥିବାବେଳେ ଅନ୍ୟାନ୍ୟ ଦଳ ୧୪ଟି ଆସନରେ ଆଗୁଆ ରହିଛି ।

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ପ୍ରାର୍ଥୀ ତେଜ ପ୍ରତାପ ଯାଦବ ହସନପୁର ଆସନରୁ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ପଛରେ ରହିଛନ୍ତି । ଅନ୍ୟପଟେ ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ ରାଘୋପୁର ଆସନରେ ଆଗରେ ଅଛନ୍ତି । ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ତଥା କଂଗ୍ରେସ ପ୍ରାର୍ଥୀ ଲଭ୍ ସିହ୍ନା ବାଙ୍କୀପୁର ଆସନରୁ ବିଜେପି ପ୍ରାର୍ଥୀଙ୍କ ଠାରୁ ପଛରେ ଅଛନ୍ତି ।

Get real time updates directly on you device, subscribe now.