fbpx

ଗିରଫ ପରେ ଭାରତୀ ଓ ହର୍ଷଙ୍କ ମେଡିକାଲ ଯାଞ୍ଚ

ମୁମ୍ବାଇ, ୨୨ ।୧୧ : ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଲୋକପ୍ରିୟ କମେଡି କୁଇନ ଭାରତୀ ସିଂହଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନସିବି ଗିରଫ କରିଥିବା ଜଣାପଡ଼ିଛି । ଗତକାଲି ବହୁ ସମୟ ଜେରା ପରେ ହର୍ଷଙ୍କୁ ଏନସିବି ଗିରଫ କରିଛି । ଭାରତୀଙ୍କ ମୁମ୍ବାଇ ଅନଧେରୀ ଘର ଓ କାର୍ଯ୍ୟାଳୟରେ ଏନସିବି ଦ୍ୱାରା ଚଢାଉ କରାଯାଇଥିଲା । ଏହାସହ ଉଭୟ ସ୍ଥାନରୁ ୮୬.୫ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ କରିଥିଲା । ଭାରତୀ ଓ ତାଙ୍କ ସ୍ୱାମୀ ଉଭୟ ଡ୍ରଗ୍ସ ବ୍ୟବହାର କରୁଥିଲେ ମଧ୍ୟ ସ୍ୱୀକାର କରିଥିଲେ ।

ଏବେ ଭାରତୀ ଓ ହର୍ଷଙ୍କୁ ମେଡିକାଲ ଯାଞ୍ଚ ପାଇଁ ନେଇଛି ଏନସିବି । କୋର୍ଟରେ ହାଜର ପୂର୍ବରୁ ଦୁହିଁଙ୍କ ମେଡିକାଲ ଯାଞ୍ଚ କରାଯିବ । ଘଟଣାରେ ସମ୍ପର୍କୀତ ଅନ୍ୟ ୨ ଡ୍ରଗ୍ସ ବେପାରୀଙ୍କର ମଧ୍ୟ ମେଡିକାଲ ଯାଞ୍ଚ ହେବ ।

Get real time updates directly on you device, subscribe now.