fbpx
BSKY SKY
BSKY SKY

ଘନୀଭୂତ ହେଉଛି ଲଘୁଚାପ, ୧୨ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

BSKY

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ଘନୀଭୂତ ହେବାରେ ଲାଗିଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଳଘୁଚାପ କ୍ଷେତ୍ର । ଆସନ୍ତା ୧୨ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ଦକ୍ଷିଣ-ପଶ୍ଚିମ ଆରବ ସାଗରରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୩୬ କିମି ବେଗରେ ଗତି କରୁଛି ଅବପାତ ।

ତେବେ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଲଘୁଚାପ କେନ୍ଦ୍ରୀଭୂତ ହୋଇଛି । ପରବର୍ତ୍ତୀ ୩୬ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଅବପାତର ରୂପ ନେବାର ୪୮ ଘଣ୍ଟାରେ ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ପଶ୍ଚିମ-ଉତ୍ତର-ପଶ୍ଚିମକୁ ମୁହାଁଇ ଶ୍ରୀଲଙ୍କା-ଦକ୍ଷିଣ ତାମିଲନାଡୁକୁ ଗତି କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.