fbpx

ରାଜ୍ୟରେ ଖସିଲା ପାରଦ, ବଢ଼ିଲା ଶୀତ

ଭୁବନେଶ୍ୱର,୨୨ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଖସିଲା ପାରଦ, ବଢ଼ିଲା ଶୀତ । ୧୧.୪ ଡିଗ୍ରୀ ସହ ସୋନପୁର ହୋଇଛି ରାଜ୍ୟର ଶୀତଳ ସହର । ଏହା ସହ ୧୫ ଡିଗ୍ରୀ ତଳେ ରହିଛି ରାଜ୍ୟର ୪ଟି ସହର । ଝାରସୁଗୁଡ଼ା ୧୩.୪, ଫୁଲବାଣୀ ୧୪.୩ ଓ ତାଳଚେର ୧୪.୬ ଡିଗ୍ରୀ, ଭୁବନେଶ୍ୱର ୨୧.୧ ଓ କଟକ ୧୯.୫ ଡିଗ୍ରୀ ସେଲସିୟସ ତାପାମାତ୍ରା ରେକର୍ଡ କରାଯାଇଛି । ଭବାନୀପାଟଣା ଓ ଫୁଲବାଣୀରେ ଘନ କୁହୁଡ଼ି ଅନୁଭୂତ ହୋଇଛି । କୁହୁଡ଼ିରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ ରହିଛି ।

Get real time updates directly on you device, subscribe now.