fbpx

୨୪ ଘଣ୍ଟା ମଧ୍ୟରେ ୫୦୧ ମୃତ

ନୂଆଦିଲ୍ଲୀ,୨୧।୧୧: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ୯୦ ଲକ୍ଷ ଟପିଛି। ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୨୨୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫ ହଜାର ୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଲକ୍ଷ ୯୫ ହଜାର ୮୦୬କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଦେଶରେ ୪ ଲକ୍ଷ ୪୦ ହଜାର ୯୬୨ ଜଣ ଚିକିତ୍ସିତ ହେଉଥିବା ବେଳେ ୮୫ ଲକ୍ଷ ୨୧ ହଜାର ୬୧୭ ଜଣ ସୁସ୍ଥ ହୋଇସାରିଛନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.