fbpx

କିଡନୀ ଫେଲ୍ ହେବା କାରଣରୁ ଅଭିନେତା ଆଶିଷ ରାୟଙ୍କ ପରଲୋକ

ମୁମ୍ବାଇ,୨୪ ।୧୧: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ଆଶିଷ ରାୟଙ୍କର ଆଜି ପରଲୋକ ଘଟିଛି । ସସୁରାଲ ସିମର କା, ଜେନି ଅର ଜୁଜୁ, ତୁ ମେରେ ଅଗଲ ବଗଲ ହେ, ମେରେ ଅଙ୍ଗନ ମେଁ, ବା ବହୁ ଅର ବେବିରେ କାମ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଶିଷ ଅନେକ ଦିନ ଧରି କିଡନୀଜନିତ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୫ ବର୍ଷ ବୟସ ହୋଇଥିଲା । ପୂର୍ବରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜୁହୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଡାୟାଲିସିସ୍ ଚାଲିଥିଲା ।

ଅଭିନେତା ଆଶିଷ ରାୟଙ୍କର ଆର୍ଥିକ ସମସ୍ୟା ଥିବାରୁ ତାଙ୍କ ଚିକିତ୍ସା ଠିକ୍ ଭାବରେ ହୋଇପାରିନଥିଲା । ଆଶିଷଙ୍କର ୨ଟି କିଡନୀ ଫେଲ୍ ହୋଇଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେ ସୋସିଆଲ ମିଡିଆରେ ଲୋକମାନଙ୍କୁ ସାହାର୍ଯ୍ୟ ପାଇଁ ଅନୁରୋଧ କରିଥିଲେ । ଆଶିଷଙ୍କ ମୃତ୍ୟୁରେ ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.