fbpx

୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): କଟକ ଓ ଭୁବନେଶ୍ୱରରେ ୭୫% କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଅଫିସ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେନେଇ ଗୁରୁତ୍ୱ ଦିଆଯିବ । ସମସ୍ତ ଷ୍ଟାଫଙ୍କୁ ନେଇ ଚାଲିବ ଜରୁରୀ ସେବା ପ୍ରଦାନକାରୀ ଅଫିସ । ଏସଆରସି, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ଅଫିସର ସବୁ ଷ୍ଟାଫ୍ ଆସିବେ । ସାରା ରାଜ୍ୟରେ ସରକାରୀ ଅଫିସ ଶନିବାର ଦିନ ବନ୍ଦ ରହିବ । ଡିସେମ୍ବର ମାସ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.