fbpx

ଏହି ରାଜ୍ୟ ରେ ଜାନୁଆରୀ 1 ରୁ ଖୋଲିବ ସ୍କୁଲ୍

କରୋନା ମହାମାରୀ ଯୋଗୁ ଦେଶର ଅଧିକାଂଶ ରାଜ୍ୟରେ ସ୍କୁଲ୍ ବନ୍ଦ ରହିଛି। ଏଭଳି ସମୟରେ ଆସାମ ସରକାର ଜାନୁଆରୀ ୧ ତାରିଖରୁ ସ୍କୁଲ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆସାମରେ ନଭେମ୍ବରରୁ ହିଁ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲିବା ଆରମ୍ଭ ହୋଇଥିଲା। ମାତ୍ର ଷଷ୍ଠ, ସପ୍ତମ, ନବମ ଓ ଦ୍ୱାଦଶ ଶ୍ରେଣୀର ପିଲାଙ୍କର କ୍ଲାସ୍ ସୋମବାର, ବୁଧବାର ଓ ଶୁକ୍ରବାର ହେଉଥିବାବେଳେ ଅଷ୍ଟମ, ଦଶମ ଓ ଏକାଦଶ ଶ୍ରେଣୀର କ୍ଲାସ୍ ମଙ୍ଗଳବାର, ଗୁରୁବାର ଓ ଶନିବାର ହେଉଥିଲା।

Get real time updates directly on you device, subscribe now.