fbpx

ଯୋଗୀ-ଅକ୍ଷୟ ସାକ୍ଷାତ: ୟୁପିରେ ନିର୍ମାଣ ହେବ ଫିଲ୍ମ ସିଟି

ନୂଆଦିଲ୍ଲୀ, ୨ା୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ଏକ ଫିଲ୍ମ ସିଟି ନିର୍ମାଣ ଉଦ୍ଦେଶ୍ୟରେ ଆଜି ମୁମ୍ବାଇରେ ପହଞ୍ଚିଛନ୍ତି । ଏହି ଅବସରରେ ସେ ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କୁ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଭେଟି ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଯୋଗୀ ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରର ଯମୁନା ଏକ୍ସପ୍ରେସଠାରେ ଏହି ଫିଲ୍ମସିଟି ନିର୍ମାଣ କରିବାକୁ ଯୋଜାନା କରୁଛନ୍ତି । ଏହି ସାକ୍ଷାତ ଅବସରରେ ଯୋଗୀ ଅଯୋଧ୍ୟା ଭୂମି ପୂଜନର ପ୍ରସାଦ ଅକ୍ଷୟଙ୍କୁ ଦେଇଥିଲେ ।

Get real time updates directly on you device, subscribe now.