fbpx

ଆସିଲା ପୁରୀ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ

ପୁରୀ, ୫ା୧୨ (ଓଡିଶା ଭାସ୍କର): କିଛିଦିନ ଅପେକ୍ଷା ପରେ ଆଜି କେ.ରମେଶଙ୍କ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ୍ ରିପୋର୍ଟ ଆସିଛି । ଦୁଇଜଣ ଡାକ୍ତରଙ୍କ ଦ୍ୱାରା ଏହି ପୋଷ୍ଟମର୍ଟମ କାର୍ଯ୍ୟ କରାଯାଇଥିଲା । ରମେଶଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ରିପୋର୍ଟରେ ସୂଚନା ଦେଇଛନ୍ତି । ତେବେ ଡାକ୍ତରଙ୍କ ଦ୍ୱାରା ରମେଶଙ୍କ ଶରୀରର ବିଭିନ୍ନ ଅଂଶ ପରୀକ୍ଷା ପରେ ମୃତ୍ୟୁ ପଛରେ ୧୮ଟି କାରଣ ଥିବା ଦର୍ଶାଯାଇଛି ।

Get real time updates directly on you device, subscribe now.