fbpx

ଭୁବନେଶ୍ୱରରେ ଗଡିଲା ଇଲେକ୍ଟ୍ରି ବସ୍

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଇଲେକ୍ଟ୍ରି ବସ୍ ଚଳାଚଳ ପାଇଁ ଚାଲିଛି ବିଡ୍ ପ୍ରକ୍ରିୟା । ଆଜି ପରୀକ୍ଷାମୂଳକ ଭାବେ ରାଜଧାନୀରେ ଗଡିଛି ଇଲେକ୍ଟ୍ରି ବସ୍ । ଜଣେ ବିଡର ୧୦ ଦିନ ପାଇଁ ପରୀକ୍ଷାମୂଳକ ଭାବେ ବସ୍ ଚଳାଇବେ । ବିଡଧାରୀ ଆଗାମୀ ୬ରୁ ୯ ମାସ ମଧ୍ୟରେ ଇଲେକ୍ଟ୍ରି ବସ୍ ଚଳାଇବେ ବୋଲି ଜଣାପଡିଛି ।

ତେବେ ରାଜଧାନୀ ଭୁବନେଶ୍ୱରରେ ୫୦ଟି ଇଲେକ୍ଟ୍ରି ବସ୍ ଗଡିବ ବୋଲି କେନ୍ଦ୍ର ନିଷ୍ପତ୍ତି ନେଇଥିଲା । କେନ୍ଦ୍ର ଭାରିଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ବସ୍‌ ଯୋଗାଇ ଦିଆଯାଇଛି । ଏଣିକି ବସ୍ ସେବା କ୍ଷେତ୍ରରେ ଯାତ୍ରୀଙ୍କୁ ମିଳିବ ଅଧିକ ସୁବିଧା । ମୁଖ୍ୟତଃ ୬୪ଟି ସହରକୁ ମୋଟ ୫୫୯୫ଟି ବସ୍ ଯୋଗାଇ ଦେବାକୁ କେନ୍ଦ୍ର ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହା ସହ ମହାରାଷ୍ଟ୍ରକୁ ୭୨୫, ଗୁଜରାଟକୁ ୫୫୦ଓ ଆନ୍ଧ୍ରକୁ ୩୦୦ଟି ବସ୍ ମିଳିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.