fbpx

ପୁଣି ଭାଇରାଲ ହେଳା ରାନୁ ମଣ୍ଡଳଙ୍କ ନୂଆ ଭିଡିଓ, ଫ୍ୟାନଙ୍କ ସହ କରିଲେ କିଛି ଏପରି !

ମୁମ୍ବାଇ,୨୩ ।୧୧: ଇଣ୍ଟରନେଟ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ କିଛି ନା କିଛି କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଆସୁଛନ୍ତି । ଗତ କିଛି ଦିନ ତଳେ ଜଣେ ଫ୍ୟାନଙ୍କ ଛୁଇଁବାକୁ ନେଇ ରାଗି ଯାଇଥିବା ରାନୁ ମଣ୍ଡଳଙ୍କ ଭିଡିଓ ଜବରଦସ୍ତ ଭାଇରାଲ ହୋଇଥିଲା । ଏହା ସହ ସେ ନିଜର ମେକଅପକୁ ନେଇ ମଧ୍ୟ ଟ୍ରୋଲ ହୋଇଥିଲେ । ଏହାରି ମଧ୍ୟରେ ରାନୁ ମଣ୍ଡଳଙ୍କ ଆଉ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ନିଜ ଫ୍ୟାନଙ୍କୁ ଅଣଦେଖା କରୁଥିବାର ଦେଖିବାକୁ ମିଳିଛି ।

ତେବେ ଭିଡିଓରେ ରାନୁ ଏକ ଏୟାରପୋର୍ଟରେ ଥିବା ନଜର ଆସିଛନ୍ତି । ଏୟାରପୋର୍ଟରେ ରାନୁ କାହାର ଅପେକ୍ଷା କରୁଥିବାର ଦେଖିବାକୁ ମିଳିଛି । ଏହି ସମୟରେ ରାନୁଙ୍କ ପାଖକୁ ଜଣେ ଫ୍ୟାନ ସେଲଫି ନେବାକୁ ଯାଇଥିଲେ । କିନ୍ତୁ ରାନୁ ତାଙ୍କୁ ଅଣଦେଖା କରିବା ସହ କଣ ପ୍ରତିକ୍ରିୟା ଦେବେ ଭାବି ଚିନ୍ତାରେ ପଡିଯାଇଥିଲେ । ଫ୍ୟାନଙ୍କୁ ଅଣଦେଖା କରିବା ପରେ ରାନୁଙ୍କ ବ୍ୟବହାରକୁ ଦେଖି ପୁଣି ବିରୋଧ କରାଯାଉଛି ।

Get real time updates directly on you device, subscribe now.