fbpx

ଅଜିତଙ୍କ ନିଷ୍ପତ୍ତି ସମର୍ଥନରେ ଏନସିପି ନାହିଁ: ଶରଦ ପାୱାର

ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରେ ମୋଡ଼ ଏବେ ବଦଳିଯାଇଛି । ବିଜେପିକୁ ସମର୍ଥନ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ଏନେଇ ଶିବସେନା ଓ ଏନସିପି ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନୀରେ ଉଦ୍ଧବ ଠାକରେ ଓ ଶରଦ ପାୱାର ଉପସ୍ଥିତ ରହିଛନ୍ତି । କିନ୍ତୁ କଂଗ୍ରେସର ନେତା ଉପସ୍ଥିତ ନାହାନ୍ତିି । ତିନି ଦଳ ମିଶି ସରକାର ଗଠନ ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ଶରଦ କହିଛନ୍ତି । ଏହାସହ କିଛି ସ୍ୱାଧୀନ ବିଧାୟକ ଆମକୁ ମଧ୍ୟ ସମର୍ଥନ କରିଥିଲେ । ଆମ ପାଖରେ ପ୍ରାୟ ୧୭୦ବିଧାୟକଙ୍କର ସମର୍ଥନ ଥିଲା । ହଠାତ ଆଜି ସକାଳେ ଅଜିତ ଉପ-ମୁଖ୍ୟମନ୍ତ୍ରୀ ହେବା ଖବର ଆସିଥିଲା । ଅଜିତ ପାୱାରଙ୍କ ନିଷ୍ପତ୍ତି ତାଙ୍କ ବ୍ୟକ୍ତିଗତ ଥିଲା । ତାଙ୍କ ନିଷ୍ପତ୍ତି ସମର୍ଥନରେ ଏନସିପି ନାହିଁ । ଅଜିତ ପାୱାର ନିଜେ ସମର୍ଥନ ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଶା କରୁଛି ଏନସିପିର କୌଣସି ବିଧାୟକ ଦଳ ଛାଡ଼ିବେ ନାହିଁ ବୋଲି ଶରଦ କହିଛନ୍ତି । ଦଳ ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବା କଥା ନିଆଯିବ । ଅଜିତଙ୍କ ସହ ଯାଇଥିବା ଏନସିପି ବିଧାୟକ କିଛି ଜାଣିନଥିଲେ ।

Get real time updates directly on you device, subscribe now.