fbpx

ସତ ହେଲା ନିତିନ ଗଡକରୀଙ୍କ ଭବିଷ୍ୟତବାଣୀ

ମୁମ୍ବାଇ,୨୩ ।୧୧: ମହାରାଷ୍ଟ୍ର ରାଜନୀତିରେ ଆଜି ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । ସକାଳେ ଏନସିପି ନେତା ଅଜିତ ପାୱାରଙ୍କ ସହ ମିଶି ସରକାର ଗଠନ କରିଛି ବିଜେପି । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ବିଜେପିର ଦେବେନ୍ଦ୍ର ଫଡନବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିଭଳି ଏନସିପିର ଅଭିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହିପରି ଭାବେ ମହାରାଷ୍ଟ୍ର ବିଜେପିର ବରିଷ୍ଠ ନେତା ବା କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ ଭବିଷ୍ୟତବାଣୀ ସତ ହୋଇଛି ।

ତେବେ ପୂର୍ବରୁ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଭବିଷ୍ୟତବାଣୀ କରିଥିଲେ କେନ୍ଦ୍ର ମନ୍ତ୍ରୀ ନିତିନ୍ ଗଡକରୀ । ଗଡକରୀ କହିଥିଲେ ଯେ, ରାଜନୀତି ଓ କ୍ରିକେଟରେ ସବୁକିଛି ସମ୍ଭବ । କେବେ ଆପଣଙ୍କୁ ଲାଗେ କି ମ୍ୟାଚ୍ ହାରି ଯାଉଛି, କିନ୍ତୁ ଫଳାଫଳ ବିପରୀତ ହୋଇଥାଏ ।’

ଏହା ସହ ସେ କହିଥିଲେ ଯେ, ମହାରାଷ୍ଟ୍ର ରାଜନୀତିରେ କଣ ହେଉଛି ତାହା ମୋତେ ଜଣାନାହିଁ । କିନ୍ତୁ ରାଜନୀତିରେ କିଛି ବି ସମ୍ଭବ ହୋଇପାରେ ।’

Get real time updates directly on you device, subscribe now.