fbpx

ଉତ୍କଳ ବିଶ୍ୱବିଦ୍ୟାଳୟ @ ୭୫, ପ୍ଲାଟିନମ୍ ଜୁବିଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧୧(ଓଡ଼ିଶା ଭାସ୍କର): ଉତ୍କଳ ବିଶ୍ୱବିଦ୍ୟାଳୟରେ ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ୍ ଜୁବିଲି ଉତ୍ସବ ପାଳନ ହୋଇଛି । ଏହା ୫ଦିନ ପାଳନ ହେବ ।ଏନେଇ ବାଣୀବିହାର ପରିସର ବେଶ ଜାକଜମକରେ ସଜେଇ ହୋଇଛି । ପ୍ଲାଟିନମ୍ ଜୁବିଲିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଇ-ପାଠାଗାର ଉଦଘାଟନ ସାଙ୍ଗକୁ ରୁଷା ଭବନର ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଛନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଇ କହିଛନ୍ତି ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ଏକ ନିରନ୍ତର ପ୍ରକ୍ରିୟା । ଉତ୍କଳ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ଉତ୍କର୍ଷ ପ୍ରତିପାଦନ କରିଛି । ଏହାସହ ଉତ୍କଳକୁ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ କରିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣାତ୍ମକ ମାନବ ସମ୍ବଳ ସୃଷ୍ଟି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଜାତୀୟ ସ୍ତରରେ ଛାତ୍ରଙ୍କ ସଫଳତା ପାଇଁ ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖାଯାଇଛି । କୃଷ୍ଣଚନ୍ଦ୍ର, ନୀଳକଣ୍ଠ ଓ ଗୋଦାବରୀଶ ଦୂରଦୃଷ୍ଟିକୁ ନବୀନ ପ୍ରଶଂସା କରିଛନ୍ତି । ସେମାନେ ଏଠାରେ ରାଜ୍ୟର ବୌଦ୍ଧିକ ସମ୍ବଳ ସୃଷ୍ଟିର ପରିକଳ୍ପନା କରିଥିଲେ ।

Get real time updates directly on you device, subscribe now.