fbpx
BJD SKY
BJD SKY

ଟେଷ୍ଟ ସିରିଜ୍ ପୂର୍ବରୁ ରୋହିତ ଶର୍ମା ଫିଟ୍

BJD

ନୂଆଦିଲ୍ଲୀ, ୧୧।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଆସିଛି ଏକ ଖୁସି ଖବର। ଟିମ୍ ଇଣ୍ଡିଆର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ଆଜି ଏନସିଏ ପକ୍ଷରୁ ଫିଟ୍ ଘୋଷଣା କରାଯାଇଛି। ଆଇପିଏଲରେ ଆହତ ହୋଇଥିବା ରୋହିତ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ସିରିଜରୁ ବାହାରି ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ହଜିଯାଇଥିବା ଫିଟନେସ୍ ଫେରି ପାଇବାକୁ ଝାଳ ବୁହାଉଥିଲେ । ତେବେ ତାଙ୍କ ପରିଶ୍ରମର ଫଳ ଆଜି ଆସିଛି। ରୋହିତଙ୍କୁ ଶୁକ୍ରବାର ଖେଳିବାକୁ ଫିଟ୍ ବିବେଚିତ କରାଯାଇଛି। ଫିଟନେସ୍ ଟେଷ୍ଟରେ ରୋହିତ ପାସ ହେବା ପରେ ୧୪ରେ ଅଷ୍ଟ୍ରେଲିଆ ଯିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.