ଚାକିରି ନାଁରେ ଲୋକଙ୍କୁ ଠକୁଥିଲେ ଆକାଶ: କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର, ୧୨ା୧୨ (ଓଡିଶା ଭାସ୍କର): କ୍ରାଇମବ୍ରାଞ୍ଚ ଆକାଶ ପାଠକଙ୍କୁ ଗତକାଲିଠାରୁ ୫ ଦିନିଆ ରିମାଣ୍ଡରେ ଆଣିଥିଲା । ଆଜି କ୍ରାଇମବ୍ରାଞ୍ଚ ଏଡିଜି ଏନେଇ ପ୍ରେସ୍ ମିଟରେ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ଏଡିଜି ପ୍ରେସ୍ ମିଟରେ କହିଛନ୍ତି ଯେ, ଯେଉଁ ବ୍ୟକ୍ତିମାନେ ଏହି ଠକାମିର ଶିକାର ହୋଇଛନ୍ତି, ସେମାନେ ସାମନାକୁ ଆସିବା ଉଚିତ । ଆକାଶ ଟାଟା ମୋଟର୍ସରେ ଚାକିରି କରାଇଦେବା ନାଁରେ ଠକୁଥିଲେ । ତେବେ ଆସୁଥିବା ଠକାମି ଟଙ୍କା ଭାବି ଶ୍ୱଶୁର ଓ ତାଙ୍କ ସହଯୋଗୀଙ୍କ ପାଖରେ ପହଞ୍ଚୁଥିଲା । ୬ ଜଣ ବ୍ୟକ୍ତିଙ୍କ ଅଭିଯୋଗକୁ ଭିତ୍ତି କରି ଏହି ତଦନ୍ତ ହୋଇଥିଲା ।