fbpx

ମଦ, ମାଂସମୁକ୍ତ ହେଉ ବଡ଼ଦାଣ୍ଡ: ବିରୋଧୀ ଦଳ ନେତା

ଭୁବନେଶ୍ୱର, ୭ା୧(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଚିଠି ଲେଖିଛନ୍ତି । ସେ ବଡ଼ଦାଣ୍ଡକୁ ମଦ ଓ ମାଂସମୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ଚିଠିରେ ଦର୍ଶାଇଛନ୍ତି । ସେ କହିଛନ୍ତି ଜଗନ୍ନାଥ ମନ୍ଦିରରୁ ମାଉସୀ ମା ମନ୍ଦିର ଅଞ୍ଚଳରେ ଆମିଷ ବିକ୍ରି ନହେଉ । ୪ଧାମ ମଧ୍ୟରୁ ପୁରୀ ଗୋଟିଏ । ତେଣୁ ପବିତ୍ରତା ପ୍ରତି ଧ୍ୟାନ ଦିଆଯାଉ । ସବୁ ହୋଟେଲରେ ମଧ୍ୟ ମଦ ବିକ୍ରିକୁ ନିଷେଧ କରିବାକୁ ଦାବି କରିଛନ୍ତି । ଏହାସହ ପୁରୀର ସୌନ୍ଦର୍ଯ୍ୟକରଣ ପାଇଁ  ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.