fbpx

ଅଜିତ ପାୱାରଙ୍କ ସହ ଯାଇଥିବା ୮ବିଧାୟକ ମଧ୍ୟରୁ ୫ଜଣ ଫେରିଲେ: ସଞ୍ଜୟ ରାଉତ

ମହାରାଷ୍ଟ୍ର,୨୩ା୧୧: ମହାରାଷ୍ଟ୍ରରେ ମୋଡ଼ ଏବେ ବଦଳିଯାଇଛି । ବିଜେପିକୁ ସମର୍ଥନ ଦେଇଛନ୍ତି ଏନସିପି ନେତା ଅଜିତ ପାୱାର । ମହାରାଷ୍ଟ୍ର ରାଜନୀତି ନେଇ ଶିବସେନା ନେତା ସଞ୍ଜୟ ରାଉତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଅଜିତ ପାୱାରଙ୍କ ସହ ଯାଇଥିବା ୮ବିଧାୟକ ମଧ୍ୟରୁ ୫ଜଣ ଫେରିଛନ୍ତି ।  ମିଛ କହି ସେମାନଙ୍କୁ ଏକ ପ୍ରକାର ଅପହରଣ କରାଯାଇଥିବା ସଞ୍ଜୟ କହିଛନ୍ତି ।  ଅଜିତ ପାୱାରଙ୍କୁ ମଧ୍ୟ ବ୍ଲାକମେଲ କରାଯାଇଛି ଓ ସେ ବି ଫେରିବା ସମ୍ଭାବନା ରହିଛି ।  ଗୃହରେ ବହୁମତ ପ୍ରମାଣିତ କରିବାକୁ ବିଜେପିକୁ ଶିବସେନା ଆହ୍ୱାନ କରିଛି ।  ଖୁବଶୀଘ୍ର ସାମନା ଖବରକାଗଜରେ ଷଡ଼ଯନ୍ତ୍ରର ଖୁଲାସା ହେବ । ଷଡ଼ଯନ୍ତ୍ରର ପଛର ଖଳନାୟକ ପଦାରେ ପଡ଼ିବେ ।

ଉଲ୍ଲେଖଯୋଗ୍ୟ ଯେ ଆଜି  ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନଭିସ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଥିଲେ ।

 

 

Get real time updates directly on you device, subscribe now.