fbpx

ଶହେ ଛୁଇଁଲା ପିଆଜ ଦର

କଟକ,୨୩ା୧୧(ଓଡ଼ିଶା ଭାସ୍କର): ସାରା ରାଜ୍ୟରେ ଖାଉଟିଙ୍କୁ କନ୍ଦାଉଛି ପିଆଜ । ପରିବା ବଜାରରେ ସବୁଠାରୁ ମହଙ୍ଗା ଏବେ ପିଆଜ । କଟକରେ ଶହେ ଟଙ୍କା ପିଆଜ ଦର ଟପିଥିବା ସୂଚନା ମିଳିଛି । ୨୪ଘଣ୍ଟାରେ ପିଆଜ ଦର ୨୦ଟଙ୍କା ବଢ଼ିଛି । କଟକର ଛତ୍ରବଜାର ଖୁଚୁରା ଦୋକାନରେ ଶହେ ଟଙ୍କାରେ ବିକ୍ରି ହେଉଛି ପିଆଜ । କେତେକ ସ୍ଥାନରେ ପିଆଜ ଦର ଶହେ ଟଙ୍କା ଟପିଛି । ଗତକାଲି କଟକରେ ପିଆଜ ଦର ଥିଲା ୮୦ଟଙ୍କା ।

Get real time updates directly on you device, subscribe now.