fbpx

ପିଲାଙ୍କୁ ଛାଡି ପ୍ରେମିକ ସହ ମାଆ ଫେରାର

କଟକ,୨୩ ।୧୧(ଓଡିଶା ଭାସ୍କର): ରାସ୍ତା କଡରେ ୨ ପିଲାଙ୍କୁ ଛାଡି ପ୍ରେମିକ ସହ ଫେରାର ହୋଇଛି ମାଆ । ଏଭଳି ଏକ ଅଭାବନୀୟ ଘଟଣା କଟକ ଚାଉଳିଆଗଞ୍ଜରେ ଆଜି ଦେଖିବାକୁ ମିଳିଛି । ଛାଡିଯାଇଥିବା ୮ ବର୍ଷର ଝିଅ ଓ ୪ ବର୍ଷ ପୁଅକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଏହା ସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ୨ ପିଲାଙ୍କୁ ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛି ।

ତେବେ ପୁରୀରୁ ମାଆଙ୍କ ସହ ଟ୍ରେନରେ ଆସିଥିଲେ ବୋଲି ପିଲାମାନେ ପୋଲିସକୁ କହିଛନ୍ତି । ଏନେଇ ପୁରୀରେ ଥିବା ପିଲାଙ୍କ ପରିବାର ସହ ଯୋଗାଯୋଗ ପାଇଁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.