fbpx

ଭାରତ ବନ୍ଦର ପ୍ରଭାବ

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ସ୍ଥାନରେ ଭାରତ ବନ୍ଦର ପ୍ରଭାବ ଦେଖାଦେଇଛି । କଟକ, ଭୁବନେଶ୍ୱର, ପୁରୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ବ୍ରହ୍ମପୁର, ଜୟପୁର, ଯାଜପୁରରେ ବନ୍ଦର ପ୍ରଭାବ ଦେଖାଦେଇଛି । ଏନେଇ ଗାଡ଼ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଟ୍ରେନ, ବସ ଯାତାୟତ ସବୁ ଠପ ହୋଇଛି । ଏହାସହ ଟାୟାର ଜାଳି ଟ୍ରେନ ଓ ରାସ୍ତା ମଧ୍ୟ ବନ୍ଦ କରିଛନ୍ତି ଆନ୍ଦୋଳନକାରୀ ।

ସେପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ସ୍କୁଳ ବନ୍ଦ କରାଯାଇଛି । ଖୋର୍ଦ୍ଧା, ଢ଼େଙ୍କାନାଳ, ମାଲକାନଗିରି, ଭଦ୍ରକ, ନୟାଗଡ଼, ରାୟଗଡ଼ା, ଗଜପତି, ଜଗତସିଂହପୁର, ସୁନ୍ଦରଗଡ଼, କୋରାପୁଟ, କେନ୍ଦୁଝର ଓ ଗଞ୍ଜାମରେ ବି ସ୍କୁଲ ବନ୍ଦ କରାଯାଇଛି । ଏହାସହ କଟକରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଛି ।

Get real time updates directly on you device, subscribe now.