fbpx

କ’ଣ ପାଇଁ ଆତ୍ମହତ୍ୟା ଉଦ୍ୟମ କଲେ ବିଦ୍ୟାଶ୍ରୀ ? ଜାଣନ୍ତୁ….

କଟକ, ୧୬ା୧୨ (ଓଡିଶା ଭାସ୍କର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଛି । ତେବେ ସେ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କର ନାମ ଏକ ଡାଏରୀରେ ଲେଖିଛନ୍ତି । ତାଙ୍କୁ ବାରମ୍ବାର ମାନସିକ ଯନ୍ତ୍ରଣା ଦିଆଯାଉଥିବାରୁ ସେ ବାଧ୍ୟହୋଇ ଆତ୍ମହତ୍ୟାକୁ ବାଛିଛନ୍ତି ବୋଲି କହିଛନ୍ତି ।

ଫେସବୁକ୍ ଲାଇଭ ଭିଡିଓରେ ବିଦ୍ୟାଶ୍ରୀ ନିଦ ବଟିକା ଖାଉଥିବା ଦେଖାଯାଇଥିଲା । ଏହା ପୂର୍ବରୁ ମଧ୍ୟ ୩୦ଟି ସ୍ଲିପିଂ ପିଲ୍ ଖାଇସାରିଛନ୍ତି ବୋଲି ସେ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ, ଯେପରି ଆଦିତ୍ୟଙ୍କ ମୃତ୍ୟୁ ନେଇ ତାଙ୍କୁ ମିଛରେ ଟାର୍ଗେଟ କରାଯାଉଛି, ସେହିପରି ଭାବରେ ବିଦ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ଦାୟୀ କରାନଯାଉ । ସେ ଏକ ଡାଏରୀରେ ଆଦିତ୍ୟଙ୍କ ମୃତ୍ୟୁ ନେଇ ସବିଶେଷ ବିବରଣୀ ଉଲ୍ଲେଖ କରିଛନ୍ତି । ଏଥିସହ ଲାଇଭ ଭିଡିଓରେ ବିଦ୍ୟାଶ୍ରୀ ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କ ନାମ ଡାଏରୀରେ ଲେଖିଛନ୍ତି ବୋଲି କହିଥିଲେ ।

ପ୍ରତିଦିନ ରାତି ୧୨ଟା ପରେ ତାଙ୍କୁ ଟାର୍ଗେଟ କରି କିଛି ଲୋକ ଭିଡିଓ ତିଆରି କରୁଛନ୍ତି । ତାଙ୍କ ପ୍ରତି ସୋସିଆଲ ମିଡ଼ିଆରେ ଘୃଣ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଉଛନ୍ତି । ଏହା ତାଙ୍କ ପ୍ରତି ଅସହ୍ୟ ହେଉଛି ବୋଲି ସେ କହିଥିଲେ । ସେ ଆତ୍ମହତ୍ୟା କରୁଛନ୍ତି, ତାଙ୍କ ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ସେମାନଙ୍କୁ ଉଚିତ ଦଣ୍ଡ ମିଳୁବୋଲି ସେ ନିବେଦନ କରିଥିଲେ ।

Get real time updates directly on you device, subscribe now.