fbpx

ଶିଳ୍ପ ପାଇଁ ଜମି ସୁପାରିଶ କମିଟି ବୈଠକ

ଭୁବନେଶ୍ୱର, ୯ା୧(ଓଡ଼ିଶା ଭାସ୍କର): ଶିଳ୍ପ ପାଇଁ ଜମି ସୁପାରିଶ କମିିଟି ବୈଠକ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ବୈଠକ ପରେ ଇଡ଼କୋ ଅଧ୍ୟକ୍ଷ ସଞ୍ଜୟ ସିଂହ ଏନେଇ ସୂଚନା ଦେଇଛନ୍ତି । ସେହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ଆଲୋଚନା ହୋଇଛି । ଭୁବନେଶ୍ୱର ମାଷ୍ଟର ମାଇଣ୍ଡ ପ୍ଲାନ ଭିତରେ ୧୮ଟି ପ୍ରସ୍ତାବ ଆସିଛି । ବଡ଼ ଓ ଛୋଟ ଶିଳ୍ପ ଗୁଡ଼ିକ ଭୁବନେଶ୍ୱରରେ ଜାଗା ଚାହୁଁଛନ୍ତି । କମ୍ପାନି ଗୁଡ଼ିକର ଅନୁମୋଦନ ଉଚ୍ଚସ୍ତରୀୟ କମିଟି ଦ୍ୱାରା କରାଯାଏ ବୋଲି ସେ କହିଛନ୍ତି । ସେହିପରି ଖୋର୍ଦ୍ଧା ଫୁଡ଼ ପାର୍କ ଓ ଏମଏସଏମଇ ପାଇଁ ପ୍ରସ୍ତାବ ଆସିଛି । ବଡ଼ ପ୍ରକଳ୍ପ ମଧ୍ୟରେ ଡ଼େରାସରେ ଫୁଡ଼ ପ୍ରୋସେସିଂ ପ୍ରସ୍ତାବ ରହିଛି । ସିନଟେକ୍ସ କୋଲାବରେସନ ଟ୍ୟାଙ୍କ ଏବଂ ପାଇପ ପ୍ରସ୍ତାବ ମଧ୍ୟ ରହିିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.