ଏଣିକି ଲିପଷ୍ଟିକ୍ ଦେବ ଯୁବତୀଙ୍କୁ ସୁରକ୍ଷା

News across the Earth, news close to your heart, Read Odisha Bhaskar English

ଦେଶରେ ମହିଳାଙ୍କ ଉପରେ ହେଉଥିବା ଯୌନ ଶୋଷଣକୁ ରୋକିବା ପାଇଁ ଉତ୍ତରପ୍ରଦେଶର ବାରାଣାସୀର ଜଣେ ଯୁବକ ଏକ ସ୍ୱତନ୍ତ୍ର ଲିପଷ୍ଟିକ୍ ପ୍ରସ୍ତୁତ କରିଛନ୍ତି । ଏହା ସାଧାରଣ ଲିପଷ୍ଟିକ୍ ନୁହେଁ, ବରଂ ଏଥିରେ ରହିଛି ଆଣ୍ଟି-ଇବ୍-ଟୀଜିଙ୍ଗର ମାତ୍ରା । ଏହା ଦେଖିବାକୁ ସାଧାରଣ ଲିପଷ୍ଟିକ୍ ସଦୃଶ୍ୟ, କିନ୍ତୁ ଏହାର ଉଦ୍ଦେଶ୍ୟ ଭିନ୍ନ ଅଟେ । କୌଣସି ବ୍ୟକ୍ତି ଯୁବତୀଙ୍କୁ ହଇରାଣ କରୁଥିବା ବେଳେ ଏହା ବନ୍ଧୁକ ସଦୃଶ୍ୟ ସାହାର୍ଯ୍ୟ କରିବ ।

ତେବେ ଏହି ଲିପଷ୍ଟିକର ଏକ ଟିଗର ବଟନ ରହିଛି, ଯାହାକୁ ଚିପିବା ଦ୍ୱାରା ଫାୟାରିଙ୍ଗ ପରି ଶବ୍ଦ ବାହାରିବ । ଏହାର ଶବ୍ଦ ଏକ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଯିବ । ଘଟଣାସ୍ଥଳରେ ଲୋକମାନଙ୍କ ଧ୍ୟାନ ହଟାଇବା ପାଇଁ ଏହି ଲିପଷ୍ଟିକ୍ କାମ କରିବ । ଏହା ସହ ଏପରି କରିବା ଦ୍ୱାରା ଘଟଣାସ୍ଥଳର ସୂଚନା ମିଳିବା ସହ ଓ ପୋଲିସ ପାଖକୁ ଫୋନ୍ ମଧ୍ୟ ଯିବ ।

ଲିପଷ୍ଟିପକୁ ପ୍ରସ୍ତୁତ କରିଥିବା ଶ୍ୟାମ ଚୌରାସିୟା କହିଛନ୍ତି ଯେ, ‘ଏହା ହେଉଛି ମହିଳାମାନଙ୍କୁ ସୁରକ୍ଷା ଦେଉଥିବା ଲିପଷ୍ଟିକ ବନ୍ଧୁକ । ଏଥିରେ ଏକ ଗନ୍ ରଖିଥିବା ବେଳେ ଏହା ସାହାର୍ଯ୍ୟରେ ଆପଣ ୧୧୨କୁ ଫୋନ୍ କରିପାରିବେ । ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରୁଥିବା ମହିଳାଙ୍କୁ ଏହି ଲିପଷ୍ଟିକ୍ ସାହାର୍ଯ୍ୟ କରିବ । ଏହାକୁ ପ୍ରସ୍ତୁତ କରିବାରେ ପାଖାପାଖି ଏକ ମାସ ଲାଗିଥିବା ବେଳେ ୬୦୦ ଟଙ୍କା ଖର୍ଚ୍ଚ ହୋଇଛି ।’

Get real time updates directly on you device, subscribe now.