fbpx

ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରି ବନ୍ଦ ପାଳନ

ମାଲକାନଗିରି, ୧୦ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ମାଲକାନଗିରି ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ଗିରଫ ଦାବିରେ ମାଲକାନଗିରିରେ ବନ୍ଦ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ପିଏଙ୍କ ମୃତ୍ୟୁ ଓ ବିଭିନ୍ନ ଦୁର୍ନୀତିର ତଦନ୍ତ ଦାବିରେ ଏହି ବନ୍ଦ ପାଳନ କରାଯାଇଛି । ଏନେଇ ସମସ୍ତ ଦୋକାନ ବଜାର ବନ୍ଦ କରିବା ସାଙ୍ଗକୁ ଗାଡ଼ି ଚାଳଚଳ ଠପ୍ ହୋଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ନିଖୋଜ ପରେ ମୃତଦେହ ଉଦ୍ଧାର ହୋଇଥିଲା । ଗତ ୨୭ତାରିଖ ଦିନ ଅଫିସକୁ ଯିବା ପରେ ସେଠାରୁ ଆଉ ଫେରିନଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପରିବାରର ଲୋକଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ନଖୋଜ ହେବାର ପରଦିନ ସତୀଗୁଡ଼ା ଡ଼୍ୟାମ ନିକଟରୁ ତାଙ୍କ ବାଇକ, ହେଲମେଟ ସାଙ୍ଗକୁ ତାଙ୍କ ମୃତଦେହ ମଧ୍ୟ ମିଳିଥିଲା ।

Get real time updates directly on you device, subscribe now.