fbpx

ଗୁଳିକରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

କଳାହାଣ୍ଡି,୧୦ା୧(ଓଡ଼ିଶା ଭାସ୍କର): କଳାହାଣ୍ଡି ଜୁନାଗଡ଼ରେ ବଡ଼ ଧରଣର ଲୁଟ ହୋଇଥିବା ସୂଚନା ମିଳିଛି । ସେଠାରେ ଭବାନୀପାଟଣାରେ ଥିବା ଏଚଡ଼ିଏଫସି ବ୍ୟାଙ୍କରୁ ବାପ ପୁଅ ମିସି ଟଙ୍କା ନେଇ ଆସୁଥିବା ବେଳେ ଦୁର୍ବୃତ୍ତ ଗୁଳି ଚଳାଇଥିଲେ । ସେହି ଗୁଳିରେ ପୁଅର ମୃତ୍ୟୁ ହୋଇଛି । ଏହାସହ ଗୁରୁତର ଅବସ୍ଥାରେ ବାପା ଭବାନୀପାଟଣା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗୁଳିକରି ୬ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ସେହି ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରିଛି ପୋଲିସ ।

Get real time updates directly on you device, subscribe now.