fbpx

ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ

ନୂଆଦିଲ୍ଲୀ, ୧୦ା୧: ଜାମ୍ମୁକାଶ୍ମୀର ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଭୀଷଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ୭ଦିନ ପରେ ୧୪୪ଧାରାର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାରମ୍ବାର ୧୪୪ଧାରା ଲାଗୁ କରିବା କ୍ଷମତାର ଅପବ୍ୟବହାର କରାଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅତି ଆବଶ୍ୟକ ପଡ଼ିଲେ ୧୪୪ଧାରା ଲାଗୁ ହେଉ । କିନ୍ତୁ ନାଗରିକତା ଅଧିକାର ରକ୍ଷା କରିବା ଜରୁରୀ । ବିନା କାରଣରେ ଦୀର୍ଘ ଦିନ ଧରି ଇଣ୍ଟରନେଟ ବନ୍ଦ ହୋଇପାରିବନି । ଇ-ବ୍ୟାଙ୍କିଂ, ବ୍ୟବସାୟୀକ ସେବା ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ରାଜନୀତିରେ ଦଖଲ ଦେବା ଆମ କାମ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଧାରା ୩୭୦ ଉଚ୍ଛେଦ ପରେ ଅଗଷ୍ଟ ୫ରୁ କଟକଣା ଲାଗିଥିଲା ।

Get real time updates directly on you device, subscribe now.