fbpx

ଘୁଞ୍ଚିଲା ପଳାତକ ମାଲ୍ୟା ମାମଲାର ଶୁଣାଣି

ନୂଆଦିଲ୍ଲୀ,୧୦ ।୧: ସୁପ୍ରିମକୋର୍ଟରେ ଘୁଞ୍ଚିଲାପଳାତକ ବିଜୟ ମାଲ୍ୟା ମାମଲାର ଶୁଣାଣି । ସମ୍ପର୍କୀୟମାନଙ୍କ ସମ୍ପତ୍ତି ଜବତ ନକରିବାକୁ ମାଲ୍ୟା ଆବେଦନ କରିଥିଲେ । ମାଲ୍ୟାଙ୍କ ବିରୋଧରେ ଇଡିର ମାମଲା ନେଇ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଖୁବଶୀଘ୍ର ମାମଲାର ଶୁଣାଣି ଶେଷ କରିବାକୁ ବମ୍ବେ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ୧୧ ଜୁଲାଇରେ ବମ୍ୱେ ହାଇକୋର୍ଟର ସ୍ୱତନ୍ତ୍ର ଅଦାଲତ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଜବତ ମାମଲାରେ ଶୁଣାଣି କରିଥିଲେ । ଯେଉଁଥିରେ ସମ୍ପତ୍ତି ଜବତ ନକରିବାକୁ ହୋଇଥିବା ଆବେଦନକୁ ଖାରଜ କରିଦେଇଥିଲେ ସ୍ୱତନ୍ତ୍ର କୋର୍ଟ ।

ଚଳିତ ବର୍ଷ ଜାନୁଆରୀ ୫ ତାରିଖରେ ମୁମ୍ବାଇ ଉଚ୍ଚ ନ୍ୟାୟାଳୟ ଏବଂ ପିଏମ୍‌ଏଲ୍‌ଏ କୋର୍ଟ ବିଜୟ ମାଲ୍ୟାଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ଏହାପରେ ତାଙ୍କ ସମ୍ପତ୍ତି ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବିଜୟ ମାଲ୍ୟା ବର୍ତ୍ତମାନ ଲଣ୍ଡନରେ ରହୁଛନ୍ତି । ୯ ହଜାର କୋଟି ଟଙ୍କାର ଋଣ ନେବା ପରେ ବ୍ୟାଙ୍କକୁ ନ ସୁଝି ଲଣ୍ଡନ ପଳାଇଛନ୍ତି ମାଲ୍ୟା । ଏହି ମାମଲାରେ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି ।

Get real time updates directly on you device, subscribe now.