fbpx

ଅଜଣା ଜନ୍ତୁ ଆକ୍ରମଣ: ୧୫ ଛେଳି ମୃତ

ଦେବଗଡ଼, ୪ା୧ (ଓଡିଶା ଭାସ୍କର): ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅଞ୍ଚଳରେ ଏକ ଅଜଣା ଜନ୍ତୁର ଶିକାର ହୋଇ ୧୫ରୁ ଅଧିକ ଛେଳି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଜଣେ ଛେଳି ଚରାଳି ସନ୍ଧ୍ୟାରେ ଘରକୁ ଫେରୁଥିବା ସମୟରେ ଅଜଣା ଜନ୍ତୁର ଭୟଙ୍କର ଚିକ୍ରାର ଶୁଣି ଆତଙ୍କିତ ହୋଇ ଘରକୁ ପଳାଇ ଆସିଥିଲେ ।

ତେବେ ଖବର ଅନୁସାରେ, ୧୫ରୁ ଅଧିକ ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ବହୁ ଛେଳି ନିଖୋଜ ଥିବା ଜଣାପଡ଼ିଛି । ତେବେ ଗ୍ରାମାଞ୍ଚଳକୁ କିପରି ଏକ ଅଜଣା ଜନ୍ତୁ ଆସିଲା ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଅଜଣା ଜନ୍ତୁକୁ ଠାବ କରିବାକୁ ବନ ବିଭାଗ ପକ୍ଷରୁ ଜଙ୍ଗଲର ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲଗାଯାଇଛି ।

Get real time updates directly on you device, subscribe now.