fbpx

ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬ ।୧(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ଟିକାକାରଣକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଓଡିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସେ କହିଛନ୍ତି ଯେ, ‘ରାଜ୍ୟରେ ଦୋକାନ, ବଜାର, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଖୋଲିଛି । ଆଗାମୀ ୨ ମାସ ଆମକୁ ଅଧିକ ସତର୍କ ରହିବାକୁ ପଡିବ । ଇଂଲଣ୍ଡ ତଥା ୟୁରୋପରେ ୨ୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି । ଆମକୁ ଅଧିକ ସତର୍କ ସହ କୋଭିଡ କଟକଣା ମାନିବାକୁ ପଡିବ । ସମସ୍ତଙ୍କ ସହଯୋଗ ଯୋଗୁଁ ଆମେ ସଂକ୍ରମଣ ନିୟନ୍ତ୍ରଣରେ ରଖିପାରିଛୁ । ରାଜ୍ୟରେ ଅଧିକାଂଶ ଜିଲ୍ଲା ଏବେ ଗ୍ରୀନ ଜୋନରେ ରହିଛି । କୋଭିଡ ଟିକା ଲୋକଙ୍କ ମନରେ ଆଶା ସଞ୍ଚାର କରିଛି । ଟିକା ଉତ୍ପାଦନରେ ଭାରତ ବିଶ୍ୱରେ ଆଗୁଆ ହେବ । ଟିକା ସମ୍ପର୍କରେ ଭ୍ରାନ୍ତ ଧାରଣା ଦୂର ପାଇଁ ସଚେତନ କରାଯିବ ।’

ଟିକାକରଣ ଚଳିତବର୍ଷର ସବୁଠାରୁ ବଡ କାର୍ଯ୍ୟକ୍ରମ ହେବ । ତେଣୁ ସୂଚାରରୂପେ ଏହାର ସମ୍ପାଦନ ପାଇଁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.