fbpx

ଅଂଶୁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର, ୧୧ା୧(ଓଡ଼ିଶା ଭାସ୍କର): ଅଂଶୁମାନ କାମିଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଇଇଏସ ପରିକ୍ଷାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଅଂଶୁମାନ । ଅଂଶୁମାନଙ୍କ ସଫଳତାରେ ଓଡ଼ିଶାବାସୀ ଆଜି ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅଂଶୁମାନଙ୍କ ଆହୁରି ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛ ବୋଲି ମଧ୍ୟ ସେ କହିଛନ୍ତିି ।


ଆଇଇଏସ୍ ପରୀକ୍ଷାରେ ଓଡିଆ ଛାତ୍ର ଅଂଶୁମାନ କାମିଲା ଟପ୍ପର ହୋଇଛନ୍ତି । ଆଇଇଏସ୍ ହେଉଛି ଇଣ୍ଡିଆନ ଇକୋନୋମିକ ସର୍ଭିସ । ତେବେ ଆଇଏସ ପରୀକ୍ଷାରେ ମୋଟ୍ ୩୨ ଜଣ କୃତକାର୍ୟ୍ୟ ହୋଇଥିବା ବେଳେ ଅଂଶୁମାନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଅଂଶୁମାନ ହେଉଛନ୍ତି ପ୍ରତିଷ୍ଠିତ କଣ୍ଠଶିଳ୍ପୀ ତଥା ପ୍ରାଧ୍ୟାପିକା ମିତାଲି ଚିନାରା ଏବଂ ପୂର୍ବତନ ଚିଫ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କାମିଲାଙ୍କ ପୁଅ।

Get real time updates directly on you device, subscribe now.