fbpx

ପୂର୍ବତନ ସାଂସଦ ମୋରିସ କୁଜୁରଙ୍କ ପରଲୋକ

ଭୁବନେଶ୍ୱର,୧୨ ।୧(ଓଡିଶା ଭାସ୍କର): ସୁନ୍ଦରଗଡର ପୂର୍ବତନ ସାଂସଦ ମୋରିସ କୁଜୁରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତେବେ ମୋରିସ ୧୯୮୪ରେ ସୁନ୍ଦରଗଡର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨ ଥର ରାଜ୍ୟସଭା ସାଂସଦ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ସେହିପରି ଜାତୀୟ ଜନଜାତି କମିସନର ଅଧ୍ୟକ୍ଷ ଥିଲେ ମୋରିସ କୁଜୁର । ଆଜି ସୁନ୍ଦରଗଡରେ ମୋରିସଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Get real time updates directly on you device, subscribe now.