fbpx

ଅନ୍ତର୍ଜାତୀୟ ମାନର ହେବ କୋଣାର୍କ ଅଞ୍ଚଳ

କୋଣାର୍କ,୨୧ ।୧(ଓଡିଶା ଭାସ୍କର): କୋଣାର୍କ ଐତିହ୍ୟ ଅଞ୍ଚଳର ବିକାଶ ପାଇଁ ଚିଠା ଯୋଜନା ପ୍ରସ୍ତୁତ ହୋଇଛି । ଭିତ୍ତିଭୂମିକୁ ଅନ୍ତର୍ଜାତୀୟ ମାନର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ଚିଠା ଯୋଜନା ନେଇ ୨୧ ଦିନ ମଧ୍ୟରେ ଜନସାଧାରଣ ମତାମତ ଦେଇପାରିବେ । ପ୍ରବେଶ ସ୍ଥଳରେ ପର୍ଯ୍ୟଟକଙ୍କୁ ସ୍ୱାଗତ ପାଇଁ ଏଣ୍ଟ୍ରିପ୍ଳାଜା ନିର୍ମାଣ ହେବ । ଗାଡି, ମଟର ପାର୍କିଂ ପାଇଁ ମଲ୍ଟି ହବ୍ ନିର୍ମାଣର ଲକ୍ଷ୍ୟ ରଖାଯାଇଛି । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚର ପୁନଃବିନ୍ୟାସ କରାଯିବ । ସୌନ୍ଦର୍ଯ୍ୟକରଣ ସହ ପଥଚାରୀଙ୍କ ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ହେବ । ସାଢେ ୩ କିମି ବାହ୍ୟ ରିଙ୍ଗରୋଡକୁ ୬ ଥାକିଆ ନିର୍ମାଣ କରାଯିବ । ୫-T କାର୍ଯ୍ୟକ୍ରମ ଅଧିନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ପୂର୍ବରୁ କୋଣାର୍କକୁ ଐତିହ୍ୟ ନଗର କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.