fbpx

ସେରମ୍ ଇନଷ୍ଟିଚ୍ୟୁଟରେ ନିଆଁ, ୫ ମୃତ

ପୁଣେ,୨୧ ।୧: ମହାରାଷ୍ଟ୍ରର ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରର ଟର୍ମିନାଲ ୧ରେ ନିଆଁ ଲାଗିବା କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ପୁଣେ ମେୟର ମୁରଲୀଧର ମୋହଲ । ଆମ ଯବାନ ୫ଜଣଙ୍କର ମୃତଦେହ ଠାବ କରିଥିବା ମେୟର କହିଛନ୍ତି । ଅନ୍ୟପଟେ କେତେକଙ୍କ ମୃତ୍ୟୁ ଘଟିଥିବା ସ୍ୱୀକାର କରିଛନ୍ତି ସେରମ ସିଇଓ । ଏନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ସେରମ ସିଇଓ ଅଦର ପୁନାୱାଲା ।

ତେବେ ଆଜି ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆରର ଟର୍ମିନାଲ ୧ରେ ନିଆଁ ଲାଗିଥିଲା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । କିନ୍ତୁ ଟିକା ଥିବା ପ୍ଲାଣ୍ଟରେ ନିଆଁ ଲାଗିନ ଥିଲା । ଟିକା ରହିଥିବା ପ୍ଲାଣ୍ଟଠାରୁ ଦେଢ କିଲୋମିଟର ଦୂରରେ ଥିବା ପ୍ଲାଣ୍ଟରେ ନିଆଁ ଲାଗିଥିଲା । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ବିଲ୍ଡିଂର ପଞ୍ଜମ ମହାଲାରୁ ମୃତଦେହ ଉଦ୍ଧାର ହୋଇଛି । ଏନେଇ ଚିଫ ଫାୟାର ଅଫିସରଙ୍କ ପକ୍ଷରୁ ସୂଚନା ମିଳିଛି । କୁହାଯାଇଛି ଯେ, ‘ପଞ୍ଚମ ମହାଲାରେ ନିଆଁ ଲାଗି ବ୍ୟାପିଥିଲା । ବିଲ୍ଡିଂରୁ ୯ ଜଣ ଲୋକଙ୍କୁ ଉଦ୍ଦାର କରାଯାଇଛି ।’

Get real time updates directly on you device, subscribe now.