fbpx

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ , 25/1 : ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି ଯେ କୃଷକ ଭାଇମାନଙ୍କ ପ୍ରତି ସାରାଦେଶ କୃତଜ୍ଞତା ଜଣାଉକୃଷକଙ୍କ ହିତ ପାଇଁ ଭାରତ ସରକାର ସବୁବେଳେ ଚେଷ୍ଟିତ । କୋରୋନା ସତ୍ତ୍ବେ ଆମେ ଅନେକ ସଫଳତା ପାଇଛୁ । କରୋନା ମହାମାରୀ ସମୟରେ ନିସ୍ଵାର୍ଥ ଭାବେ କାମକରିଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତର ଓ ନର୍ସଙ୍କୁ ସାରାଦେଶ କୃତଜ୍ଞତା ଜଣାଉଛି । ଆମ କିଷାନ, ଯବାନ ଓ ବିଜ୍ଞାନ ଭାରତକୁ ଗୌରାବାନ୍ବିତ କରିଛନ୍ତି ।ପ୍ରତିକୁଳ ପରିସ୍ଥିତିରେ ବି ଆମ ଯବାନମାନେ ଦେଶକୁ ସୁରକ୍ଷା ଦେଇଆସୁଛନ୍ତିଛି । ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା ସବୁଠୁ ଅଧିକ । ପ୍ରକୃତିକ ବିପର୍ଯ୍ୟୟ ସତ୍ତ୍ବେ କୃଷକ ଭାଇମାନେ କେବେ ପଛକୁ ହଟିନାହାନ୍ତି ।

Get real time updates directly on you device, subscribe now.